ସମସ୍ତଙ୍କ ଅପେକ୍ଷା ଥିଲା ଓଡିଆ ପୁଅ କିଶୋର ଏସୀୟ କ୍ରୀଡାରେ ଦେଶ ପାଇଁ ଗୌରବ ଆଣିବେ । ତାହା ହିଁ ହେଲା । ଚାଇନାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଜାଭଲିନ ଥ୍ରୋରେ କିଶୋର ଜେନା ରୌପ୍ୟ ପଦକ ପାଇବା ସହ ଦେଶ ପାଇଁ ଗୌରବ ଆଣିଛନ୍ତି । ନିଜ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ ଏସୀୟ କ୍ରୀଡାରେ ଦେଖିବାକୁ ମିଳିଛି । ସେ 87.54 ମିଟର ଦୂରକୁ ଜାଭଲିନ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । କିଶୋର ରୌପ୍ୟ ପଦକ ପାଇ ଦେଶ ପାଇଂ ଗୌରବ ଆଣିଥିବା ବେଳେ ଭାରତର ସୁନା ପୁଅ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସବୁଠାରୁ ଖୁସିର କଥା ହେଉଛି, ଏସୀୟ କ୍ରୀଡାରେ ଅନ୍ୟ ପ୍ରତିଦ୍ବନ୍ଦୀ ଦେଶକୁ ପଛରେ ଜାଭଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ ଦୌଡରେ ଦୁଇ ଭାରତୀୟ ଖେଳାଳି ଆଗରେ ଥିଲେ । ଗୋଟିଏ ସମୟରେ ନୀରଜଙ୍କୁ ପଛରେ ପକାଇ କିଶୋର ସ୍ବର୍ଣ୍ଣ ପଦକ ହାସଲ କରିବା ନିଶ୍ଚିତ ହୋଇଥିଲେ ହେଁ ଶେଷ ମୁହୂର୍ତ୍ତରେ ନୀରଜ ସ୍ବର୍ଣ୍ଣ ଏବଂ କିଶୋର ରୌପ୍ୟ ପଦକ ପାଇଁ ଦେଶ ପାଇଂ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲେ । ନୀରଜ 88.88 ମିଟର ଦୂରକୁ ଜାଭଲିନ ଥ୍ରୋ କରି ଏହି ସଫଳତା ଆଣିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କୁ ଅଭିନନ୍ଦନ ଜଣାଇବା ସହ ସମଗ୍ର ଦେଶରେ ଓଡିଶାର ସମ୍ମାନ ବଢାଇଥିବାରୁ ଦେଢକୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । କିଶୋରଙ୍କ ଏହି ଐତିହାସିକ ସଫଳତା ପାଇଁ ସେ ପ୍ୟାରିସ ଅଲିମ୍ପିକରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଯୁବ କ୍ରୀଡାବିତଙ୍କ ପାଇଁ କିଶୋର ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here