ବିଶ୍ୱକପରେ ଆଜି ପରସ୍ପରକୁ ଭେଟିବେ ଭାରତ ଓ ୱେଷ୍ଟଇଣ୍ଡଜ । ମାଚେଂଷ୍ଟରରେ ଖେଳାଯିବ ଧମାକାଦାର ମ୍ୟାଚ । ଚଳିତ ବିଶ୍ୱକପରେ ଅପରାଜୟ ରହିଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ ଜିତି ବିଶ୍ୱକପ ସେମିଫାଇନାଲ ପାଇଁ ରାସ୍ତା ପରିଷ୍କାର କରିବ । ଟିମ ଇଣ୍ଡିଆ ବିଶ୍ୱକପରେ ଖେଳିଥିବା ୫ ଟି ମ୍ୟାଚରୁ ଗୋଟିଏ ବାତିଲ  ସହ ୪ ଟି ମ୍ୟାଚରେ ବିଜୟୀ ହୋଇଛି । ଅପରପକ୍ଷେ ୱେଷ୍ଟଇଣ୍ଡଜ ୫ ଟି ମ୍ୟାଚରୁ ୪ ଟିରେ ପରାଜୟ ସହ ଗୋଟିଏ ମ୍ୟାଚ ବିଜୟୀ ହୋଇ ବିଶ୍ୱକପର ସେମିଫାଇନାଲ ଦୌଡରୁ ବାଦ ପଡିବା ସ୍ଥିତିରେ ରହିଛି । ବିଶ୍ୱକପରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଛି ।  ବିଶ୍ୱକପରେ ଉଭୟ ଦଳ ୮ ଥର ମୁହାଁମୁହିଁ ହୋଇଥିଲା ବେଳେ ୧୯୮୩ ବିଶ୍ୱକପ ଫାଇନାଲ  ଭାରତର ପ୍ରଥମ ବିଶ୍ୱକପ  ବିଜୟ ସହ ୫ ଟିରେ  ଟିମ୍ ଇଣ୍ଡିଆ  ବିଜୟୀ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ ୩ ଟି ବିଜୟରେ ସନ୍ତୁଷ୍ଟ ହୋଇଛି ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିଛି ଟିମ୍ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପରେ  । କାରଣ ପୂର୍ବମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଫେଲ ମାରିଥିଲେ ଟିମ୍ ଇଣ୍ଡିଆର ମିଡିଲ୍ ଅର୍ଡର । ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ । କାରଣ ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ ପାଇଁ ସମାଲୋଚିତ ହୋଇଥିଲେ ଧୋନି । ଧୋନିଙ୍କ ବ୍ୟାଟିଂ ସ୍ଥାନ ପରିବର୍ତନ କରି  ତାଙ୍କ ପୂର୍ବରୁ କେଦାର ଯାଦବଙ୍କୁ ପଠାଇବାକୁ କେତେକ ପୂର୍ବ ଖେଳାଳି ପରାମର୍ଶ ଦେଇଛନ୍ତି । ଆଜିର ମ୍ୟାଚରେ ମୁଖ୍ୟତ ୱେଷ୍ଟଇଣ୍ଡିଜର ପ୍ରେସ୍ ବାହିନୀକୁ ଟକ୍କର ଦେବ ଟିମ ଇଣ୍ଡିଆର ବ୍ୟାଟିାଂ ବିସ୍ପୋରକ କ୍ରିସ୍ ଗେଲ୍ ଓ କାର୍ଲୋସ୍ ବ୍ରାଥୱେଟ ଟିମ୍ ଇଣ୍ଡିଆର ଚିନ୍ତା

LEAVE A REPLY

Please enter your comment!
Please enter your name here