ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ସନ୍ଧ୍ୟା ଯାଏଁ ଲଘୁଚାପର ପ୍ରଭାବ ଏବଂ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କଟକର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଥିବାବେଳେ ପାରାଦୀପର ବସ୍ତି ବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି

ଅନ୍ୟପଟେ ପୁରୀ ସହରରେ ବୁଧବାର ଠାରୁ ଲଗାଣ ବର୍ଷା ଜାରି ରହିଛି । ବଡଦାଣ୍ଡ ଓ ବେଳାଭୂମି ମାର୍ଗ ସମେତ ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଛି । ଲଗାଣ ବର୍ଷା ଜାରି ରହିଥିବାରୁ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଛି ।            ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଜଳାର୍ଣ୍ଣବ ହୋଇପଡିଛି । ଫଳରେ ଦୂରଦୂରାନ୍ତରୁ ସୂର୍ଯ୍ୟମନ୍ଦିର ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇଛନ୍ତି । ବୈତରଣୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here