ମୋ ସାଇକେଲ , ମୋ ବସ ପରେ ଆରମ୍ଭ ହେଲା ମୋ ଗାଡି ସ୍କିମ୍ । ଏଣିକି ରାଜଧାନୀ ଭିତରେ ଯେ କୌଣସି ସ୍ଥାନକୁ ଯିବାକୁ ଚାହିଁଲେ ଆପଣ ଭଡାରେ ମଟରସାଇକେଲ ନେଇପାରିବେ । ଭଡାରେ ସ୍କୁଟି ଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବାଇକ ମଧ୍ୟ ମିଳିବ । ଯେତେ ଦାମୀ ଗାଡି ନେବେ ସେହି ଅନୁଯାୟୀ ଭଡା ଦେବାକୁ ପଡିବ । ଭୁବନେଶ୍ୱର ସ୍ଥିତ କଲିକତା ଏଜେନ୍ସି ସହଯୋଗରେ ଭୁବନେଶ୍ୱର ଆରଟିଓ ଏହି ଯୋଜନା ଆରମ୍ଭ କରିଛନ୍ତି । ପରିବହନ କମିଶନର ସଞ୍ଜିବ ପଣ୍ଡା ଓ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଏହି ଯୋଜନାକୁ ଉଦଘାଟନ କରିଛନ୍ତି । ଏହି ସ୍କିମ୍ ଅନୁଯାୟୀ ପ୍ରତି ଘଣ୍ଟା ପିଛା ଭଡା ୩୬ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ୫ ଘଣ୍ଟିଆ ପ୍ୟାକେଜ ମୁଲ୍ୟ ୧୮୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ୧୧ ଘଣ୍ଟିଆ ପ୍ୟାକେଜ ୩୫୦ରୁ ୧୦୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଯଦି ଆପଣ ପୁରା ୨୪ ଘଣ୍ଟା ପାଇଁ ଗାଡି ଭଡାରେ ନିଅନ୍ତି ତେବେ ୫୩୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ଦର ନିର୍ଦ୍ଧାରଣ କରାଯାଇଛି । ତେବେ ଭଡା ସମୟ ଭିତରେ କିଲୋମିଟର ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ସ୍କିମକୁ ବାଦ ଦେଲେ ପରିବହନ ବିଭାଗ ସ୍ମାର୍ଟ ଡ୍ରାଇଭ ପାଇଁ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରିବାକୁ ଚିନ୍ତା କରିଛନ୍ତି । ତେବେ ଭଡାରେ ବାଇକ ମିଳିବା ଦ୍ବାରା ଭୁବନେଶ୍ବରକୁ ବାହାରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ସୁବିଧାରେ ସେମାନଙ୍କ କାମ କରିପାରିବେ.

LEAVE A REPLY

Please enter your comment!
Please enter your name here