ଯଦି ସାହସ ଅଛି ତେବେ ଚଳିତ ନିର୍ବାଚନରେ ଓଡ଼ିଶାରୁ ଲଢ଼ି ଦେଖାନ୍ତୁ । ବାରମ୍ବାର ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ ନକରି ଧର୍ମେନ୍ଦ୍ର ବାବୁ ନିର୍ବାଚନ ଲଢ଼ନ୍ତୁ । ଧର୍ମେନ୍ଦ୍ର ବାବୁ ଯଦି ଏତେ ଟାଣୁଆ ନେତା ତେବେ ଏପର୍ଯ୍ୟନ୍ତ ଓଡ଼ିଶା ବିଜେପି ପ୍ରାର୍ଥୀ ତାଲିକାରେ ଆପଣଙ୍କ ନାଁ କ’ଣ ପାଇଁ ପ୍ରକାଶ କରାଯାଉନି ? ଏହା କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମନରେ ପରାଜୟର ଭୟକୁ ଦର୍ଶାଉଛି କି କହି ପ୍ରଶ୍ନ କରିଛନ୍ତି ସସ୍ମିତ । ଓଡ଼ିଶାରେ ନିର୍ବାଚନ ଲଢ଼ିଲେ ପରାଜିତ ହୋଇ ସାଂସଦ ପଦଟି ଚାଲିଯିବାର ଭୟରେ ଧର୍ମେନ୍ଦ୍ର ନିର୍ବାଚନ ଲଢୁନାହାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

LEAVE A REPLY

Please enter your comment!
Please enter your name here