ପିପିଲିରୁ ଲଢିବେ ମହାରଥୀ. ବିଜେଡି ପ୍ରକାଶ କରିଥିବା ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକାରେ ପିପିଲି ବିଧାନସଭା ଆସନ ପାଇଁ ପ୍ରଦୀପ ମହାରଥୀଙ୍କ ନାଁ ଘୋଷଣା କରିଛି. ବିଜେପିରୁ ଯାଇ ବିଜେଡିରେ ମିଶିଥିବା ରଘୁନନ୍ଦନ ଦାସଙ୍କୁ ବାଲିକୁହା ଏରସମାରୁ ପ୍ରାର୍ଥୀ କରିଥିବା ବେଳେ ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ଜଗତସିଂହପୁରରୁ ପ୍ରାର୍ଥୀ କରିଛି. ଅନ୍ୟପଟରେ ନିମାପଡାରେ ସମୀର ଦାସ, ନିଆଳିରେ ପ୍ରମୋଦ ମଲ୍ଲିକ, କାକଟପୁରରେ ସୁରେନ୍ଦ୍ର ସେଠୀ, ନୀଳଗିରିରେ ସନ୍ତୋଷ ଖଟୁଆ, ଆନନନ୍ଦପୁରରେ ଭାଗିରଥୀ ସେଠୀ ଏବଂ ଧାମନଗରରେ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଛି.

LEAVE A REPLY

Please enter your comment!
Please enter your name here