ରବିବାର ଗୋପ ଅଞ୍ଚଳରେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି. ନଦୀରେ ବୁଡି ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି. ଗୋପ ବଣିଆ ସାହି ଗାଁର ଶୋଭିତ କୁମାର ନାଗ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି. ସୂଚନା ଅନୁସାରେ, ଶୋଭିତ ତାଙ୍କ ଦୁଇ ବନ୍ଧୁଙ୍କ ସହ ଅପରାହ୍ନରେ କୁଶଭଦ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ. ମାତ୍ର ଗାଧୋଇବା ସମୟରେ ଅସାବଧାନତା ବଶତଃ କେଉଁଆଡେ ନିଖୋଜ ହୋଇଯାଇଥିଲେ. ସେ ନ ମିଳିବାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଗୋପ ଅଗ୍ନିଶମ ବାହିନୀ. ଦୀର୍ଘ ଦୁଇ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଉକ୍ତ ଛାତ୍ରଙ୍କୁ ପାଣିରୁ ଉଦ୍ଧାର କରିଥିଲେ. ପରେ ତାଙ୍କୁ ତୁରନ୍ତ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା. ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ମୃତକ ଶୋଭିତ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ କରୁଥିଲେ. ଏବେ ଛୁଟି ଥିବାରୁ ସେ ଗାଁକୁ ଯାଇଥିଲେ. ଏହି ଘଟଣା ପରେ ଗାଁରେ ଓ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି.

LEAVE A REPLY

Please enter your comment!
Please enter your name here