ସୁସ୍ଥ ହେଲେ ଆଉ ୧୫ ଜଣ କରୋନା ଆକ୍ରାନ୍ତ। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ ୧୫୮ଜଣ ଆରୋଗ୍ୟ ହେଲେଣି। ଯାଜପୁର ଜିଲ୍ଲାରେ ସମୁଦାୟ ୮୮ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଜିଲ୍ଲାରେ ୪୦ ଆକ୍ଟିଭ କେଶ ରହିଛି। ତେବେ ଯାଜପୁର ରେଡ୍ ଜୋନ୍ ହୋଇଥିବାରୁ ଏତେ ମାତ୍ରାରେ ଆରୋଗ୍ୟ ହେବା ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତି ମିଳିଛି।
ପ୍ରକାଶଥାଉକି, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ଥିବାବେଳେ ୧୫୮ଜଣ ସୁସ୍ଥ ହୋଇଛନ୍ତି। ୩ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ରାଜ୍ୟରେ ୪୫୦ ଆକ୍ଟିଭ କେଶ ରହିଛି। ଏମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here