ପୁରୀରେ ଆରମ୍ଭ ହୋଇଥିବା ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ରାଜନୈତିକ ସଂକଳ୍ପ । 2024ରେ ଓଡିଶାରୁ ବିଜେଡି ସରକାରକୁ ହଟାଇବେ । କର ବା ମର ଡାକରା ଦେବେ । କେବଳ କ୍ଷମତାକୁ ଆସିବା ପାଇଁ ନୁହେଁ, ବିଜେଡି ସରକାର ପାଇଁ ଓଡିଶାରେ ଦୁର୍ନୀତି, ଅତ୍ୟାଚାର ବଢିଗଲାଣି । ପ୍ରଶିକ୍ଷଣ ଶିବିରରେ ଏମିତି ନିଷ୍ପତ୍ତି ନେଇଛି ବିଜେପି । ପଶ୍ଚିମବଙ୍ଗ ଠାରୁ ବି ଆହୁରି ଅଧିକ ଜୋରଦାର ଲଢେଇ କରିବ ବିଜେପି ବୋଲି ଦଳର ତୁଙ୍ଗ ନେତାମାନେ ଘୋଷଣା କରିଛନ୍ତି ।
ଜାତୀୟ ନେତାମାନେ ରାଜ୍ୟର ପଦାଧିକାରୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବା ସହ ଆସନ୍ତା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଛନ୍ତି । 2019ରେ ବିଜେପି 120 ପ୍ଲସ ମିଶନ ଫେଲ ହୋଇଥିଲେ ବି ଏଥରକ କ୍ଷମତାକୁ ଆସିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିବାରେ ବିଜେପିକୁ ସମସ୍ୟା ହେବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here