ଯୁଦ୍ଧ ପାଇଁ ତୟାର ତିନି ଯୋଦ୍ଧା । ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଆଜି ତିନି ପ୍ରମୁଖ ରାଜନୀତି ଦଳ ବିଜେପି, ବିଜେଡି ଏବଂ କଂଗ୍ରେସର ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ପଦ୍ମପୁର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ସନତ ଗଡତିଆଙ୍କୁ ବିଜେପି ଏବଂ ଦିଲୀପ ପଣ୍ଡାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ସୁଚନା ଅନୁସାରେ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀଙ୍କୁ ବିରାଟ ଶୋଭାଯାତ୍ରାରେ ନେଇ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ କଂଗ୍ରେସ ପକ୍ଷରୁ ମଧ୍ୟ ନିରାଡମ୍ବର ଭାବେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here