କାଲିଠାରୁ ସବୁ ସରକାରୀ ବ୍ୟାଙ୍କ କାର୍ଯ୍ୟ ଅବଧି ପରିବର୍ତ୍ତନ କରାଯିବ । ବ୍ୟାଙ୍କ କାର୍ଯ୍ୟ ଅବଧି ଦିନ ୧୦ଟାରୁ ଅପରାହ୍ନ ୪ଟା ହେବ । ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି । ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ ଏସଏଲବିସିରେ ନିଷ୍ପତ୍ତି ନିଆଯାଇଛି । ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲଙ୍କ ସୁଚନା । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଖୋଲିବାର ସମୟ ସୀମାକୁ ପରିବର୍ତନ କରାଯାଇଛି | ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ସମୟ ସୀମା ପରିବର୍ତନ ନେଇ ନିଷ୍ପତି ନିଆଯାଇଛି |
ଅନ୍ୟପଟେ, ସରକାରୀ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କଗୁଡିକୁ ବି ସମାନ ସମୟ ଅବଧି ପାଳନ କରିବାକୁ ଅନୁରୋଧ କରାଯାଇଛି । ସେହିଭଳି ଗ୍ରାମାଂଚଳରେ ବ୍ୟାଙ୍କିଂ ସେବାକୁ ତ୍ୱରାନ୍ୱିତ କରାଯିବା ସହ ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ମାନ ଖୋଲାଯିବ ନେଇ ଏହି ବୈଠକରେ କୁହାଯାଇଛି|

LEAVE A REPLY

Please enter your comment!
Please enter your name here