ସ୍ୱାଭାବିକ ହେଉଛି ପୁରୀ ସହର । ବଡ ଦାଣ୍ଡରୁ ହଟିଛି ୧୪୪ ଧାରା । ଗୁରୁବାର ଦିନ ତମାମ ବଡଦାଣ୍ଡରେ ହିଂସାକାଣ୍ଡ ପରେ ସଂନ୍ଧ୍ୟାରେ ପରିସ୍ଥିତିର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିଥିଲା । ବୈଠକରେ ସମାଧାନର ବାଟ ମଧ୍ୟ ବାହାରିଛି । ପୁରୀ ଅନ୍ତେବାସୀଙ୍କ ପାଇଁ କଟକଣା ହଟାଇଦିଆଯାଇଛି । ଏଣିକି ପୁରୀ ଲୋକମାନେ ଧାଡିଦର୍ଶନରେ ନଆସି ମନ୍ଦିରର ଚାରି ଦ୍ୱାର ଦେଇ ଆସିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କୁ ପରିଚୟପତ୍ର ଦେଖାଇବାକୁ ପଡିବ । ଏଥିସହ ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ପୁରୀରେ ହିଂସାକାଣ୍ଡର ଭିଡିଓ କ୍ଲିପ ଆମିକସକ୍ୟୁରୀଙ୍କୁ ପଠାଇଛି ପ୍ରଶାସନ । ଆଜି ସମ୍ପୂର୍ଣ୍ଣ ଘଟଣାର ରିପୋର୍ଟ ଆସିବ । କେଉଁ ପରିସ୍ଥିତିରେ ଏତେବଡ ଘଟଣା ଘଟିଗଲା ସେନେଇ ସଂମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି ଆମିକସକ୍ୟୁରୀ । କେଉଁ ପରିସ୍ଥିତିରେ ଧାଡି ଦର୍ଶନ ବ୍ୟବସ୍ଥାରେ ବ୍ୟାହତ ହେଲା ଏବଂ କିଏ କେଉଁ ପରିସ୍ଥିିତିରେ ବ୍ୟାରିକେଡ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କଲେ ତାହାର ସମସ୍ତ୍ୟ ତଥ୍ୟ ମାଗିଛନ୍ତି ଆମିକସ କ୍ୟୁରୀ ।

LEAVE A REPLY

Please enter your comment!
Please enter your name here