ବାତ୍ୟା ତିତଲିଜନିତ ବର୍ଷା ପ୍ରକୋପକୁ ନେଇ ସରକାର ନୟାନ୍ତ ହୋଇପଡିଥିବା ବେଳେ ଏବେ ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ବର୍ଷାର ପୂର୍ବାନୁମାନ କରିଛି. ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରେ ଆସନ୍ତାକାଲିଠାରୁ ୩୦ଯାଏଁ ବର୍ଷାର ସମ୍ଭାବନା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଆଦି ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ୨୮ରୁ ୩୦ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଡେପୁଟି ଏସଆରସି । ଆସନ୍ତା ୨ ଦିନ ଧରି ପୁରୀ,ଜଗତସିଂହପୁର, କେନ୍ଦ୍ରାପଡା,ଗଂଜାମ, ଭଦ୍ରକ,ବାଲେଶ୍ୱର , କଟକ,ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଚାଷୀଙ୍କ ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ଓ ଓୟୁଏଟି ସହ ଆଲୋଚନା ହେଇଥିବା ଡେପୁଟି ଏସଆରସି ପ୍ରଭାତ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here