ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ରବିବାର ହେଉଛି ଦ୍ୱିତୀୟ ଦିନ । ରବିବାର ଅନୁଷ୍ଠିତ ବୈଠକରେ ଆର୍ଥିକ ଓ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକର ସମାପନ ଉସôବ ଅବସରରେ ସମ୍ବୋଧିତ କରିବେ । ମଧ୍ୟପ୍ରଦେଶ , ଛତିଶଗଡ , ରାଜସ୍ଥାନ, ମିଜୋରୋମ ନିର୍ବାଚନ ସମ୍ପର୍କିତ ଆଲୋଚନା ମଧ୍ୟ ଚୂଡାନ୍ତ ହେବ ବୋଲି ସୁଚନା ମିଳିଛି । ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ବୈଠକରେ ରାଜନୈତିକ ପ୍ରସ୍ତାବ ପ୍ରଦାନ କରିବେ । ଏହାକୁ ଭିଜନ ୨୦୨୨ ନାମରେ ନାମିତ କରାଯାଇଛି ।                 ବୈଠକର ପ୍ରଥମ ଦିନ ଭାଜପା ଅଧ୍ୟକ୍ଷ ଅମିତ ଶାହ ବୈଠକରେ ଉଦବୋଧନ ଦେବା ସହ ୨୦୧୯ ନିର୍ବାଚନ ଜିତିବା ଫର୍ମୁଲା ଉପରେ ଆଲୋଚନା କରିଥିଲେ ।  ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହିଁ ଦଳ ଆଗାମୀ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛି । ତେଣୁ ଆଗାମୀ ବର୍ଷରେ ଦଳର କୌଣସି ସାଙ୍ଗଠନିକ ନିର୍ବାଚନ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ରାଜ୍ୟରେ ଅଧ୍ୟକ୍ଷଙ୍କ ସହ ଦଳୀୟ ପଦାଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ଅମିତ ଶାହା । ପୂର୍ବ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ ବିଜେପି ବହୁମାତ୍ରାରେ ବିଜୟ ହାସଲ କରିବ ବୋଲି ଶାହା କହିଛନ୍ତି ।ବିଜେପି ସଭାପତି ଭାବେ ଶ୍ରୀ ଶାହାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀରେ ଶେଷ ହେବାର ଥିଲା । କିନ୍ତୁ ଏବେ ସଭାପତି ପଦ ପାଇଁ କୌଣସି ପ୍ରକାରର ନର୍ବିାଚନ ହେବ ନାହିଁ ବୋଲି ଦଳୀୟ ସୁତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here