ଘରୋଇ ହସପିଟାଲ ଓ କ୍ଲିନିକରେ ମିଳିବ କୋଭିଡ ପ୍ରତିଷେଧକ ଟୀକା । କୋଭିସିଲ୍ଡ ଓ କୋଭାକ୍ସିନ ଟୀକା ଘରୋଇ କ୍ଲିନିକ ଓ ହସପିଟାଲରେ ଉପଲବ୍ଧ କରିବା ପାଇଁ ଡିସିଜିଆଇ ଅନୁମତି ଦେଇଛନ୍ତି । କେବଳ ବୟସ୍କ ବ୍ୟକ୍ତିମାନଙ୍କୁ ସେମାନେ ଏହି ଟୀକା ଦେଇପାରିବେ । ଯେଉଁ ହସପିଟାଲ ଓ କ୍ଲିନିକ ଚାହିଁବେ, ସେମାନେ ଏହି ଟୀକା କିଣିପାରିବେ । ମାତ୍ର ଔଷଧ ଦୋକାନ ଅଥବା ଖୋଲାବଜାରରେ ଏହା ବିକ୍ରି ହୋଇପାରିବ ନାହିଁ ବୋଲି ଡିସିଜିଆଇ ସ୍ପଷ୍ଟ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here