ଭୁବନେଶ୍ୱର ଓ ଭବାନୀପାଟଣାରେ ପ୍ରତିଶ୍ରୁତି ପରେ ରାଉରକେଲା ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରିଛନ୍ତି । ଜଙ୍ଗଲ, ଜମି, ଜଳର ସୁରକ୍ଷା, କୃଷକଙ୍କୁ ଋଣଛାଡ, ଧାନର ଏମଏସପି ୨୬ ଶହକୁ ବୃଦ୍ଧି, ରୋଜଗାର, ଫୁଡ୍ ପ୍ରୋସେସିଂ ପ୍ଲାଣ୍ଚ, ଆଦିବାସୀ ବିଲ୍‌ର ପ୍ରତିଶ୍ରୁତି ଦେଇ ରାହୁଲ ୨୦୧୯ ପାଇଁ କାର୍ଡ ଖେଳିଛନ୍ତି । ରାହୁଲ କହିଛନ୍ତି, ଓଡିଶାରେ ଚିଟଫଣ୍ଡ ଘୋଟାଲାରେ ସବୁ ବିଜେଡି ନେତା ଫସିଥିବା ବେଳେ ଦିଲ୍ଲୀରୁ ରିମୋଟ୍ କଣ୍ଟ୍ରୋଲ ଜରିଆରେ ମୋଦି ଓଡ଼ିଶା ସରକାର ଚଲାଉଛନ୍ତି ।
ଓଡ଼ିଶା ଗରିବ ରାଜ୍ୟ ନୁହେଁ, କିନ୍ତୁ ଓଡ଼ିଶାର ଲୋକ ଗରିବ । ରାଜ୍ୟ ସରକାର ଲୁଟୁଛନ୍ତ, ଏଣୁ ଓଡିଶାବାସୀ ଗରିବ ବୋଲି କହି ରାହୁଲ ସିଧା ସିଧା ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ଆସିଲେ ଶିଳ୍ପ ପାଇଁ ଅନୁମତି ନେଇ ଜମି ନେବ ଏବଂ ଓଡ଼ିଶାରେ ଛତିଶଗଡ ଭଳି ଜମି ଅଧିଗ୍ରହଣ ବିଲ୍ ଆଣିବୁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here