ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ବର୍ଷକର ଥରେ ଆସୁଥିବା ସ୍ନେହ ଓ ପ୍ରେମର ଏହି ରାକ୍ଷୀ ପୂର୍ଣ୍ଣିମାକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଭାଇ-ଭଉଣୀ । ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ଶୁଭ ମନାସିଥାଏ ଭଉଣୀ. ବିପଦ ଆପଦରେ ସାହାରା ହେବାକୁ ଭାଇ ଦେଇଥାଏ ପ୍ରତିଶ୍ରୁତି.  ସତରେ ଭାଇ ଭଉଣୀଙ୍କ ସମ୍ପର୍କ ବେଶ୍ ନିଆରା । ରେଶମ ଡୋରୀରେ ପ୍ରସ୍ତୁତ ହେଉଥିବା ରାକ୍ଷୀ ପ୍ରସ୍ତୁତି ଏବେ ବଦଳିଗଲାଣି. ରେଶମ ଡୋରୀରେ ବିଭିନ୍ନ ପ୍ରକାର ଷ୍ଟୋନଠୁ ଆରମ୍ଭ କରି ଗୋଲ୍ଡ ଓ ଡାଇମଣ୍ଡ ବି ଲାଗିଲାଣି. ହେଲେ ରାକ୍ଷୀକୁ ନେଇ ଥିବା ସ୍ନେହ, ମମତାର ବନ୍ଧନ ଭିତରେ ଏବେ ରାଜନୀତି ପଶିଗଲାଣି. ରାକ୍ଷୀ ବିକିବା ପାଇଁ ବିଭିନ୍ନ ଦଳର ନେତାଙ୍କ ମୁହଁକୁ ମୋହରା କରିଛନ୍ତି ରାକ୍ଷୀ ବ୍ୟବସାୟୀ. ଗୁଜରାଟର ଜଣେ ରାକ୍ଷୀ ବ୍ୟବସାୟୀ ରାକ୍ଷୀରେ ବିଭିନ୍ନ ଦଳର ରାଜନେତାଙ୍କ ଫଟୋକୁ ଲଗାଇଛନ୍ତି. ରାକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ଫଟୋ ଦେଖିବାକୁ ମିଳିଛି. କିଛି ରାକ୍ଷୀରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଫଟୋ ମଧ୍ୟ ରହିଛି.୨୨ କ୍ୟାରେଟ ସୁନାରେ ନିର୍ମିତ ଏହି ରାକ୍ଷିର ଚାହିଦା ଚଳିତ ବର୍ଷ ଖୁବ୍ ବଢିଛି ବୋଲି ଅଳଙ୍କାରୀ ଦୋକାନୀ କହିଛନ୍ତି । ୫୦ରୁ ୭୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଇ ଭଉଣୀମାନେ ସେମାନଙ୍କ ଭାଇ ପାଇଁ ଏହି ସୁନା ରାକ୍ଷୀ କିଣୁଛନ୍ତି । ଦଳୀୟ କର୍ମୀଙ୍କ ପାଖରେ ନେତାଙ୍କ ମୁହଁଥିବା ରାକ୍ଷୀର ଚାହିଦା ବେଶ୍ ବଢିଯାଇଛି.

LEAVE A REPLY

Please enter your comment!
Please enter your name here