ଏକତରଫା ପ୍ରେମର ଭୟଙ୍କର ପରିଣତି । ବେକ କାଟି ରକ୍ତ ଜୁଡୁବୁଡୁ ହେଲେ ଯୁବକ । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଅଞ୍ଚଳରୁ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ କାନପୁରର ରାଜକୁମାର ଦାସ ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ରାଜକୁମାର ବେଙ୍ଗାଲୁରରେ ରହୁଥିବାବେଳେ କଥାବାର୍ତ୍ତା କରିବା ବାହାନାରେ ଝିଅଘର ଲୋକେ ତାଙ୍କୁ ଗାଁକୁ ଡାକିଥିଲେ ବୋଲି ସେ କହିଛନ୍ତି । ତେବେ ସେଠାକୁ ଯିବା ପରେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଗାଳି ଗୁଲଜ କରିବା ସହ  ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ବ୍ଲେଡରେ ତାଙ୍କ ବେକ କାଟି ଦେଇଥିବା ରାଜକୁମାର ଅଭିଯୋଗ କରିଛନ୍ତି । ମାତ୍ର ଯୁବତୀଙ୍କ ପରିବାର ଲୋକେ ରାଜକୁମାରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଏକତରଫା ପ୍ରେମରେ ବିଫଳ ହେବାପରେ ଯୁବକ ଜଣକ ନିଜେ ନିଜର ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here