ବହୁଚର୍ଚ୍ଚିତ ଅଞ୍ଚନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଟିଆଇ ପରେଡ ହୋଇଥିଲା । ଝାରପଡା ଜେଲରେ ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ବାବଧାନରେ ଟିଆଇ ପରେଡ ଅନୁଷ୍ଠିତ ହୋଇଥିଲା । ଦଶଜଣ ଅପରାଧୀଙ୍କ ଭିତରେ ଅଭିଯୁକ୍ତ ବିବନ ବିଶ୍ବାଳକୁ ଛିଡା କରାଯାଇଥିଲା ଏବଂ ଅଞ୍ଜନା ମିଶ୍ର ସେମାନଙ୍କ ଭିତରୁ ବିବନକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଟିଆଇ ପରେଡରେ ଅଞ୍ଜନା ବିବନକୁ ଚିହ୍ନି ପାରିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଅଞ୍ଜନା କହିଛନ୍ତି, କୋର୍ଟରେ ତାହା ସ୍ପଷ୍ଟ ହେବ । ତେବେ ଗଣଦୁଷ୍କର୍ମର ବାଇଶ ବର୍ଷ ପରେ ଅପରାଧୀକୁ ଚିହ୍ନିବା କଷ୍ଟକର ଥିଲା । ଯଦି ଅଞ୍ଜନା ବିବନକୁ ଚିହ୍ନଟ କରିଥିବେ, ତେବେ ବିବନ ବିରୋଧରେ ମାମଲା ଅଧିକ ସହାୟକ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here