ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଦୁଃସାହାସିକତାର ପ୍ରତୀକ ଡାକୋଟା ଏୟାରକ୍ରାଫ୍ଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି I ନିକଟରେ କୋଲକାତା ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଓଡିଶା ସରକାର ଡାକୋଟା ଏୟାରକ୍ରାଫ୍ଟକୁ ଭୁବନେଶ୍ୱର ଆଣିଥିଲେ I ଆଜି ବିଜୁ ପଟନାୟକଙ୍କ ଜନ୍ମଦିନରେ ଏହାକୁ ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସର୍ବସାଧାରଙ୍କ ଦେଖିବା ନିମନ୍ତେ ଅନାବରଣ କରାଯାଇଛି I

LEAVE A REPLY

Please enter your comment!
Please enter your name here