କୋଭିଡ ମୁକାବିଲା ପାଇଁ ଏବେ ସାରା ଦେଶରେ ତତ୍ପରତା । ବିଭିନ୍ନ ହସ୍ପିଟାଲରେ ମୁକାବିଲା ପାଇଁ ମକଡ୍ରିଲ ହେଉଥିବାବେଳେ ଏପଟେ ପୁଣି ମାସ୍କ ନିୟମ ଆଣିବା ପାଇଁ ଚାଲିଛି ପ୍ରସ୍ତୁତି । ବାହାର ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ପରେ ରାଜ୍ୟରେ ଆସିପାରେ ମାସ୍କ ପାଇଁ ନିୟମ । ଏନେଇ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା । ବର୍ତ୍ତମାନର କୋଭିଡ ସ୍ଥିତି ଓ ଡାକ୍ତରଖାନାର ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ । ଏହାସହ ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଗୁଡିକ ନିଜର ତଥ୍ୟ ପ୍ରଦାନ କରିବେ । କୋଭିଡ ରୋଗୀଙ୍କ ପାଇଁ କେତେ ବେଡ୍ ରହିଛି , ଆଇସୋଲେସନ ରୁମ୍, ଆଇସିୟୁ, ଅକ୍ସିଜେନ୍ , ଟେଷ୍ଟିଂ କିଟ୍ କେତେ ମହଜୁଦ ରହିଛି ଓ ମ୍ୟାନପାୱାର କଣ ରହିଛି ତାର ତଥ୍ୟ ସମସ୍ତେ ପ୍ରଦାନ କରିବେ । ଆଜି ସଂଧ୍ୟା ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବର୍ତ୍ତମାନ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଗକୁ ନୂଆବର୍ଷ ଥିବାରୁ ସମସ୍ତେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।