ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ଘଟଣାରେ ନୂଆ ମୋଡ । ଶ୍ରଦ୍ଧା ମର୍ଡର କେସ୍ ସାମ୍ନାକୁ ଆସିବା ପରେ ବିଚଳିତ ଥିଲେ ବୋଲି ସିଜାନ କହିଛନ୍ତି । ତୁନିଷା-ସିଜାନଙ୍କ ମଧ୍ୟ ବଡ ବୟସ ବ୍ୟବଧାନ ଥିଲା । ଦୁହିଁଙ୍କ ଧର୍ମ ମଧ୍ୟ ଅଲଗା ଅଲଗା ଥିଲା । ତେଣୁ ସେ ବ୍ରେକଅପ କରିଥିବା ପୋଲିସ ଆଗରେ ବୟାନ ଦେଇଛନ୍ତି । ପୂର୍ବରୁ ମଧ୍ୟ ତୁନିଷା ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି ସିଜାନ୍ । ସେତେବେଳେ ସିଜାନ ତାଙ୍କୁ ବଞ୍ଚେଇ ଦେଇଥିଲେ ।ତୁନିଷାଙ୍କ ପରିବାର ଲୋକେ ସିଜାନଙ୍କ ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସିଜାନଙ୍କ ଅନେକ ଯୁବତୀଙ୍କ ସହ ସମ୍ପର୍କ ଥିଲା । ତୁନିଷାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ମୋ ଝିଅ ସହ ପ୍ରତାରଣା କରିଛି ବୋଲି ତୁନିଷାଙ୍କ ମା ‘ କହିଛନ୍ତି ।୧୪ ଦିନ ପୁର୍ବରୁ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଥିଲା । ବ୍ରେକଅପରୁ ଡିପ୍ରେସନକୁ ଚାଲିଯାଇଥିଲେ ତୁନିଷା । ଶେଷରେ ସୁଟିଂ ସେଟରେ ସିଜାନଙ୍କ ମେକଅପ ରୁମରେ ସେ ଆତ୍ମହତ୍ୟା କରିଥିଲେ । ସିଜାନକୁ ହେପାଜତକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here