ରାଜଧାନୀରେ ବିଶ୍ୱକପ ହକି ଫିଭର । ମ୍ୟାଚ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଲାଣି । ଆଜି ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଁଞ୍ଚିଛନ୍ତି । କ୍ୟାପଟେନ୍ ହରମନପ୍ରତି ସଂହଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆର ୧୮ ଜଣ ଖେଳାଳୀ ଭୁବନେଶ୍ୱରରେ ପହଁଞ୍ଚିବା ପରେ ସେମାନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ଆସନ୍ତା ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ଆରମ୍ଭ ହେବ । ଭାରତୀୟ ହକି ଟିମ୍‌ରେ ଓଡିଶାର ଦୁଇଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଅମିତ ରୋହିଦାସଙ୍କୁ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି । ଓଡିଶାରେ ଟିମ୍ ପହଁଞ୍ଚିବା ପୂର୍ବରୁ ଟିମ୍ ଇଣ୍ଡିଆ ବେଙ୍ଗାଲୁରୁରେ ପ୍ରସ୍ତୁତି କରୁଥିଲା । ଦ୍ୱିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଥିବାରୁ ରାଜ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here