ରାଜ୍ୟରେ ଉଦଘାଟନ ହେଲା ପ୍ଲାଜମା ଥେରାପି । କଟକ ଏସସିବି ମେଡିକାଲରେ ଉଦଘାଟନ ହୋଇଛି ପ୍ଲାଜମା ଥେରାପି । ଭିଡିଓ କନଫରେନସିଂରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କରୋନା ବିରୋଧୀ ଆମ ଲଢେଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ । ଓଡିଶାର କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବ ନାହିଁ । ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ମିଳିବ କହିଲେ ମୁଖ୍ୟମନ୍ତ୍ରୀ । ସବୁ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here