ବିହାରର ମିଜାଫରପୁର ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାର ହୃଦୟ ବିଦାରକ ଦୃଶ୍ୟ । ମୃତ ମାକୁ ଉଠାଇବାକୁ ଚେଷ୍ଟା କରୁଛି ଦୁନିଆକୁ ଭଲ କରି ଜାଣିନଥିବା କଅଁଳ ଶିଶୁ । ବିନା ଖାଦ୍ୟପେୟ ଏବଂ ପ୍ରବଳ ଗରମରେ ଗୁଜରାଟରୁ ଆସି ନିଜର ଗନ୍ତବ୍ୟସ୍ଥଳ ବିହାରର ମୁଜାଫରପୁର ଷ୍ଟେସନରେ ପହଁଞ୍ଚିବା ପୂର୍ବରୁ ଟଳି ପଡିଥିଲେ ଏହି ମହିଳା ଜଣକ । ତାଙ୍କ ମରଶରୀର ଷ୍ଟେସନରେ ପଡି ରହିଥିବାବେଳେ ପିଲାଟି ମା ଉପରେ ଘୋଡାଯାଇଥିବା ଚଦରକୁ ଟାଣୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଶବ୍ୟାପୀ ଲକଡାଉନ୍ ଘୋଣୋ ପରଠୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି । କିଛି ଦିନ ଅସ୍ଥାୟୀ ଶିବିରରେ ରହିବା ପରେ ନିଜ ନିଜ ରାଜ୍ୟକୁ ଫେରିଯିବା ଲାଗି ପ୍ରବାସୀଙ୍କୁ ଅନୁମତି ଦେଇଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ । ଏଥିପାଇଁ
ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ସବୁ ଟ୍ରେନରେ ଖାଦ୍ୟ , ପାନୀୟ, ଓ ଅନ୍ୟାନ୍ୟ ବ୍ୟବସ୍ଥା ନଥିବାରୁ ଶ୍ରମିକ ମାନେ ଅତି ଦୟନୀୟ ଅବସ୍ଥାରେ ଯାତ୍ରା କରୁଛନ୍ତି । ଗଲା କିଛି ଦିନ ହେବ ତାପାମାତ୍ରା ହଠାତ ବଢିଯାଇଥିବାରୁ ଶ୍ରମିକଙ୍କ କଷ୍ଟ ଆହୁରୀ ବଢିଯାଇଛି । ଫଳରେ ମୃତ୍ୟୁର ଶିକାର ହେଉଛନ୍ତି ଶ୍ରମିକ ।

LEAVE A REPLY

Please enter your comment!
Please enter your name here