ରାଜ୍ୟରେ ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ଆଶ୍ୱସ୍ତିକର ଖବର ମଧ୍ୟ ସାମ୍ନାକୁ ଆସୁଛି । ଯାହା ଫଳରେ ଲୋକମାନେ ବି ଟିକେ ଆଶ୍ୱସ୍ତି ପାଉଛନ୍ତି । ଆଜି ପୁଣି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୬୧୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୧୦୪୭୬ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି । ତେବେ ଆଜି ସର୍ବାଧିକ ୨୭୦ଜଣ ଗଞ୍ଜାମ ଜିଲ୍ଳାରେ ସୁସ୍ଥ ହୋଇଥିବାବେଳେ ୮୪ଜଣ ସୁନ୍ଦରଗଡ଼ର ,୪୮ ଜଣ କେନ୍ଦୁଝରର,୩୫ଜଣ ଗଜପତିରୁ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୧,ଖୋର୍ଦ୍ଧାରୁ ୨୮,ନୟାଗଡ଼ରୁ ୨୫ ଓ ଯାଜପୁରରୁ ୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୟୁରଭଞ୍ଜରୁ ୧୫,କଟକରୁ ୧୦,କୋରାପୁଟରୁ ୧୦,ଜଗତସିଂହପୁରରୁ ୧୦,ବରଗଡ଼ରୁ ୬ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ପୁରୀରୁ ୬,ବଲାଙ୍ଗିରରୁ ୫,କେନ୍ଦ୍ରାପଡ଼ାରୁ ୩,କଳାଂହାଣ୍ଡିରୁ ଏବଂ କନ୍ଧମାଳରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାୟଗଡ଼ା,ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here