କରୋନା ସଂକ୍ରମଣକୁ ନେଇ ଲୋକଙ୍କ ଭିତରେ ଭୟ ଓ ଆଶଙ୍କା ଲାଗି ରହିଥିବା ବେଳେ ଆଜି ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି I ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 72 ବର୍ଷ ଏବଂ ସେ ଭୁବନେଶ୍ବର ଝାରପଡା ଅଞ୍ଚଳର I ଗତ 4 ତାରିଖରେ ସେ ଏମ୍ସରେ ଆଡିମିସନ ହୋଇଥିଲେ I କ୍ରୋନିକ ହାଉପରଟେନସନ ରୋଗରେ ପୀଡିତ ଥିବା ବ୍ୟକ୍ତି ହସପିଟାଲରେ ଆଡମିସନ ହେବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା I ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୃଦ୍ଧଙ୍କ ମୃତ୍ୟୁ କରୋବାଜନିତ ବୋଲି ସ୍ପଷ୍ଟ କରାଯାଇଛି I ଏପର୍ଯ଼୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଓଡିଶାରେ କରୋନାରେ ମୃତକଙ୍କୁ ମିଶାଇ 42 ଜଣ କରୋନାରେ ଆକ୍ରାନ୍ତ ହେଲେଣି I ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି I