ଆମେରିକାରେ ମୃତ୍ୟୁର ତାଣ୍ଡବଲୀଳା ରଚିଥିବା କରୋନାକୁ ନେଇ ମାନସିକ ସନ୍ତୁଳନ ହରାଇଲେଣି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ I କୋଭିଡ 19 ରୋଗୀଙ୍କ ପାଇଁ ହ୍ରାଇଡ୍ରକ୍ସିକ୍ଲୋରୋକ୍ବିନ ଔଷଧ ନ ପଠାଇଲେ ଆମେରିକା ଆକ୍ରମଣ କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ କହିବା ପରେ ତାକୁ ନେଇ ଭାରତୀୟ ରାଜନେତାମାନେ ପ୍ରତ୍ରିକ୍ରିୟା ପ୍ରକାଶ କରିଛନ୍ତି I ମାତ୍ର ଟ୍ରମ୍ପଙ୍କ ଏଭଳି ରାଗ ଦେଖି ଗତ ମାସରୁ ବିଦେଶକୁ ଔଷଧ ରପ୍ତାନୀ ଉପରେ ଅଙ୍କୁଶ ଲଗାଇଥିବା ଭାରତ ତାର ମତ ପରିବର୍ତ୍ତନ କରିଛି I ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, କରୋନା ବିଶ୍ବ ମହାମାରୀର ରୂପ ନେଇ ସାରିଥିବାରୁ ଭାରତ ମାନବିକତା ଦୃଷ୍ଟିରୁ କରୋନା ପ୍ରଭାବିତ ପଡୋଶୀ ରାଷ୍ଟ୍ରମାନଙ୍କୁ ପାରାସିଟାମଲ ଓ ହାଇଡ୍ରକ୍ସିକ୍ଲୋରୋକ୍ବିନ ପଠାଇବ I ଏବେ ଭାରତରେ ପ୍ରାୟ ଚାରି ହଜାର ଚାରିଶହ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆବଶ୍ୟକ ଔଷଧ ଗଚ୍ଛିତ ରଖିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି I କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ନିଜ ଦେଶ ପାଇଁ ଔଷଧ ରଖି ଭାରତ ଅନ୍ୟ ଦେଶକୁ ସାହାଯ୍ୟ କରିବା ଉଚିତ I ପାରାସିଟାମଲ ଓ ହାଇଡ୍ରକ୍ସିକ୍ଲୋରୋକ୍ବିନ ଅଧିକ ପରିମାଣର ଉତ୍ପାଦନ ପାଇଁ ସରକାର ବିଭିନ୍ନ ଔଷଧ ଉତ୍ପାଦନକାରୀ କଂପାନୀଙ୍କୁ କହିଛନ୍ତି I

LEAVE A REPLY

Please enter your comment!
Please enter your name here