ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ସାଇକ୍ଳୋନିକ୍ ଷ୍ଟ୍ରୋମ୍ ର ରୂପ ନେବାକୁ ଯାଉଛି । ଏହି ଝଡ଼ ବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି 5ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାତି 11 ଟା 30 ରେ ଝଡତୋଫାନ ଗୋପାଳପୁର ଛୁଇଁବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରି କରିବା ସହ ଜରୁରୀକାଳୀନ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝଡ ତୋଫାନ ଦ୍ୱାରା ଘଣ୍ଟା ପ୍ରତି 80 ରୁ 90 କିଲୋମିଟର ବେଗରେ ପବନ ବହିବ । ଏନେଇ ସଂପୃକ୍ତ ଜିଲ୍ଲାର ସମସ୍ତ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଦୁଇ ଦିନ ପାଇଁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଛୁଟି ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କୌଣସି ପରିସ୍ଥିତିରେ ବି ଅନୁପସ୍ଥିତ ନରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।