ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବି.କେ ହରିପ୍ରସାଦଙ୍କୁ ପରାସ୍ତ କରିଛନ୍ତି ହରିବଂଶ । ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବାବେଳେ ହରିପ୍ରସାଦଙ୍କୁ ମିଳିଛି ୧୦୫ଟି ଭୋଟ. ବିଜୟୀ ହେବା ପାଇଁ ୧୧୯ଟି ଭୋଟ ଆବଶ୍ୟକ ଥିବାବେଳେ ହରିବଂଶ ୧୨୫ଟି ଭୋଟ ପାଇଛନ୍ତି । ହରିବଂଶଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ହରିବଂଶ ବିଜୟୀ ହେବାପରେ ତାଙ୍କୁ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ବିଜେଡି ହରିବଂଶଙ୍କ ସପକ୍ଷରେ ମତଦାନ ଦେଇଥିଲା.

LEAVE A REPLY

Please enter your comment!
Please enter your name here