ରାଜ୍ୟରେ ଦ୍ରୁତ ବେଗରେ କରୋନା ମାଡିଚାଲିଛି । ପଜିଟିଭ୍‌ରେ ବ୍ରେକ୍ ଲାଗୁନି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ସରକାର । ମେ ୫ରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ମେ ୫ ବୁଧବାର ସକାଳଠାରୁ ୧୯ ସକାଳ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଲକଡାଉନ ବେଳେ କେବଳ ଚାଲି ଚାଲି ପରିବା ପାଇଁ ଯାଇହେବ । ଘରଠାରୁ ୫ ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ । ସକାଳ ୬ଟାରୁ ଦିନ ୧୨ଟା ଯାଏ ଆପଣ ସଉଦା କିଣିପାରିବେ । ସ୍ୱାସ୍ଥ୍ୟସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ନାହିଁ ।

LEAVE A REPLY

Please enter your comment!
Please enter your name here