ପୁଲିସ ମହାନିର୍ଦ୍ଦେଶକ ପଦରୁ ବି.କେ ଶର୍ମାଙ୍କୁ ସରକାର ହଟାଇ ଦେଇଛନ୍ତି । ନୂଅ ଡିଜିପି ଭାବରେ ଅଭୟ ଯୋଗଦେବେ । ତେବେ ଅଭୟ ଯୋଗଦେବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତିକାଳୀନ ଡିଜିପି ଦାୟିତ୍ୱ ସତ୍ୟଜିତ ମହାନ୍ତିଙ୍କ ଉପରେ ନ୍ୟସ୍ତ କରାଯାଇଛି । ଆଜି ପୋଲିସ ମୁଖ୍ୟାଳୟରେ ସତ୍ୟଜିତଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସରକାର ତାଙ୍କ ପରେ ଆସ୍ଥା ପ୍ରକଟ କରିଥିବାରୁ ସତ୍ୟଜିତ୍ ମହାନ୍ତି କୃତଗ୍ୟତା ଜଣାଇଛନ୍ତି । ଅନ୍ୟପକ୍ଷରେ ଡିଜିପି ବି.କେ ଶର୍ମାଙ୍କ ରାତି ଅଧିଆ ବଦଳିକୁ ବିରୋଧି ସମାଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି ଏହା ସରକାରଙ୍କ ପୁରୁଣା ଅଭ୍ୟାସ ।

LEAVE A REPLY

Please enter your comment!
Please enter your name here