ବୌଦ୍ଧକୁ ଛୁଇଁଛି ପହିଲି ଶୀତ । ଶୀତର ପହିଲି ଶୀତଳ ସ୍ପର୍ଷରେ ପୁଲକିତ ବୌଦ୍ଧବାସୀ । ଘନ କୁହୁଡି ଆସ୍ତରଣରେ ଛାଇ ରହୁଛି ଶୀତୁଆ ସକାଳ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଛି ଶୀତ । ସକାଳୁ କୁହୁଡି ଧଳା ଚାଦର ପରି ବୌଦ୍ଧକୁ ଘୋଡାଇ ରଖିଥିବାବେଳେ ଜିଲ୍ଲାବାସୀ ଏହି ପାଗର ସମ୍ପୂର୍ଣ୍ଣ ମଜା ଉଠାଇଛନ୍ତି । ଆଉ ଏହି ଶୀତୁଆ ସକାଳର ମଜା ନେଉଛନ୍ତି ସମସ୍ତେ । କିଏ ମର୍ଣ୍ଣିଂ ୱାର୍କ କରୁଛି ତ ଆଉ କିଏ ଯୋଗ କରୁଛି ଆଉ କିଏ ଚା ପିଇବା ସହ ଚା ଖଟିର ମଜା ନେଉଛି । ଚଳିତ ବର୍ଷ ବୌଦ୍ଧ ଜିଲ୍ଲାକୁ ଶୀତ ବିଳମ୍ବରେ ଛୁଇଁଥିବାବେଳେ କୁହୁଡି ଓ କାକର ଭିଜା ସକାଳରେ ପରିବେଶ ସତେ ଯେମିତି ଜୀବନ୍ତ ହୋଇଯାଇଛି । ତେବେ ଶୀତର ଆଗମନରେ ବୌଦ୍ଧ ବାସୀ ବେଶ୍ ଖୁସିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here