କେନ୍ଦ୍ରାପଡା ପାଇଁ ଫନି ପ୍ୟାକେଜ୍ । ସାମୁଦ୍ରିକ ବାତ୍ୟା ଫନିକୁ ବିତିଯାଇଛି ୧୩ ଦିନ । ଫନିରେ ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲା ସହିତ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲା । ବୁଧବାର ପୁରୀ ଜିଲ୍ଲା ପରେ ଗୁରୁବାର କେନ୍ଦ୍ରାପଡ଼ାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ଖର୍ଚ୍ଚ ହେବ ୨ କୋଟି। କ୍ଷତିଗ୍ରସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ଟଙ୍କା ମିଳିବ। ଏହା ସହିତ ମହିଳା ଏସଏଚଜି, ଚାଷୀ, ମତ୍ସ୍ୟଜୀବୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ସହାୟତା ପ୍ୟାକେଜ୍ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here