ଝାରସୁଗୁଡା ବିଧାୟକ ନବ ଦାସଙ୍କ ରାସ୍ତାରେ ଯିବା ପୂର୍ବରୁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ପିସିସି ଶୃଙ୍ଖଳା କମିଟି ଦଳରୁ ସସପେଣ୍ଡ୍ କରିଛି. ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ରହିବେ ନାହିଁ ବୋଲି ପୂର୍ବରୁ ଯୋଗେଶ ରୋକଠୋକ୍ କହିଦେଇଥିଲେ. ସେ ତାଙ୍କ ନିର୍ବାଚନମଣ୍ଡଳୀରେ ପୂର୍ବରୁ କିଛି କାର୍ଯ୍ୟକ୍ରମ ରଖିଥିବାରୁ ସେ ଯୋଗଦେବେ ନାହିଁ ବୋଲି ସଫେଇ ଦେଇଥିଲେ. ତାଙ୍କ ପାଇଁ ନିର୍ବାଚନମଣ୍ଡଳୀର ଭୋଟର ବେଶୀ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ. ନବଦାସଙ୍କ ପରେ ଯୋଗେଶ ଦଳରୁ ଖସୁଥିବା ସ୍ପଷ୍ଟ ହେଉଥିବା ବେଳେ ଦଳର ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବିତ କରିଛି. ଶୃଙ୍ଖଳା କମିଟି ଅଧ୍ୟକ୍ଷ ଅନନ୍ତ ସେଠୀ ଏହି ସୂଚନା ଦେଇଛନ୍ତି. ନବ ଦାସ ଇସ୍ତଫା ଦେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଷ୍ଟ ହେଲେ ବି ଦଳ ପାଇଁ ଭଲ ବୋଲି କହିଥିଲେ. ଏବେ ଯୋଗେଶ ଗଲେ. ଆଗକୁ ଆହୁରି ନେତା ବି ହାତ ଛାଡିବାର ସୂଚନା ରହିଛି. ପିସିସି ସଭାପତି ଭାବେ ନିରଞ୍ଜନ ଦଳକୁ ଯ଼େତେ ସଜାଡିଲେ ବି ଦଳ ଆଉ ସଜାଡିହେବା ଅବସ୍ଥାରେ ନାହିଁ. ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପୂର୍ବରୁ ଦଳ ଭିତରେ ଏଭଳି ବିସ୍ଫୋରଣ ନିରଞ୍ଜନଙ୍କୁ ଅଡୁଆରେ ପକାଇଦେଇଛି.

LEAVE A REPLY

Please enter your comment!
Please enter your name here