କୌଣସି କମ୍ପାନୀରେ ଯଦି ଆପଣ କାମ କରୁଛନ୍ତି ଆଉ ଟାର୍ଗେଟ ପୂରା କରିପାରୁନାହାନ୍ତି, ତାହେଲେ ଆପଣ ସାଧାରଣଭାବେ କଣ ଭାବିବେ. ଆପଣ ଭାବିବେ ଯେ, ହୁଏତ ମାସିକ ଦରମାରୁ କିଛି ଟଙ୍କା କଟିବ, ନହେଲେ ପଦୋନ୍ନତି ହେବ ନାହିଁ. ମାତ୍ର ଚୀନର ଏକ କମ୍ପାନୀରେ ଦେଖିବାକୁ ମିଳିଛି  ଅଜବ ଦୃଶ୍ୟ. ଘଟଣା ହେଲା ଯଦି କୌଣସି କର୍ମଚାରୀ ନିଜ ଟାର୍ଗେଟ ପୂରା ନ କରିପାରନ୍ତି ତାହେଲେ ତାଙ୍କୁ ଦଣ୍ଡ ସ୍ୱରୂପ ରାସ୍ତାରେ ଆଣ୍ଠେଇ ଚାଲିବାକୁ ପଡେ. ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, କମ୍ପାନୀ ମାଲିକର ମାନବିକତା ବୋଲି କିଛି ନାହିଁ. ଏହାଛଡା ଏଭଳି ଦଣ୍ଡ ଦେବାରେ ସେ ପୁରୁଷ ଓ ମହିଳା ମଧ୍ୟ ଦେଖୁନାହିଁ. କର୍ମଚାରୀଙ୍କ ଏଭଳି ଅବସ୍ଥା ଦେଖି ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁନାହାନ୍ତି. ମାତ୍ର ପୋଲିସ ପାଖରେ ଏହି ଖବର ପହଞ୍ଚିବା ପରେ ବର୍ତ୍ତମାନ ସେହି କମ୍ପାନୀକୁ ବନ୍ଦ କରି ଦିଆଯାଇଛି.

LEAVE A REPLY

Please enter your comment!
Please enter your name here