ଇସ୍ତଫା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ ପଟେଲ. ମିଳିଥିବା ସୂଚନା ଅନୁଯାୟୀ, ଉର୍ଜିତ ପଟେଲ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ଧରି ମତାନ୍ତର ଦେଖାଦେଇଥିଲା. ଉର୍ଜିତଙ୍କ ଇସ୍ତଫା ପଛରେ ଅସନ୍ତୋଷ ଥିବା କୁହାଯାଉଛି. ପୂର୍ବରୁ ବସିଥିବା ଆରବିଆଇ ବୈଠକରେ ମଧ୍ୟ ଏଭଳି ସୂଚନା ମିଳୁଥିଲା. ତେବେ ଉର୍ଜିତ ଏବଂ ସରକାରଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଇଛି ବୋଲି କୁହାଯାଇଥିଲେ ହେଁ ସୋମବାର ଏହି ଘଟଣାର ପ୍ରକୃତ ସତକୁ ବାହାରକୁ ଆସିଛି. ଉର୍ଜିତ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି. ଅନେକ ବର୍ଷ ପର୍ଯ୍ୟନ୍ତ ଆରବିଆଇରେ କାମ କରିବା ମୋ ପାଇଁ ସମ୍ମାନର କଥା ବୋଲି ଉର୍ଜିତ କହିଛନ୍ତି.












