ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ I କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ଚାରିଟାରେ ପରୀକ୍ଷା ଫଳ ପ୍ରକାଶ କରାଯିବ I ସନ୍ଧ୍ୟା 6ଟା ପରେ ଓ୍ବେବସାଇଟରେ ଉପଲବ୍ଧ ହେବ I www.bseodisha.nic.in ରେ ପରୀକ୍ଷା ଫଳ ମିଳିପାରିବ I ଏଥିସହିତ ଷ୍ଟେଟ ଓପନ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଆସନ୍ତାକାଲି ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି I

ସୂଚନାଯୋଗ୍ୟ, ଚଳିତବର୍ଷ କରୋନା ପାଇଁ ପିଲାମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ବେଳେ ପୂର୍ବ ପରୀକ୍ଷା ଫଳ ମୂଲ୍ୟାୟନ ଆଧାରରେ ପରୀକ୍ଷା ଫଳ ପ୍ରକାଶ କରାଯିବ I ଯେଉଁ ପରୀକ୍ଷାର୍ଥୀ ସେମାନଙ୍କ ଫଳରେ ଅସନ୍ତୋଷ ପ୍ରକାଶ କରିବେ, ସେମାନେ ଚାହିଁଲେ ପରେ ପରୀକ୍ଷା ଦେଇପାରିବେ I

LEAVE A REPLY

Please enter your comment!
Please enter your name here