ସୁନ୍ଦରୀ ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ I ଗତ ଶୁକ୍ରବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଭୁବନେଶ୍ୱର ଏସଡିଜେଏମ କରିଥିଲେ ହେଁ ରାୟ ସଂରକ୍ଷିତ ରଖିଥିଲେ I ଆଜି କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଛନ୍ତି I ଦଶଦିନ ହେଲାଣି ଝାରପଡା ଜେଲ ଭିତରେ ଛଟପଟ ହେଉଥିବା ଅର୍ଚ୍ଚନାଙ୍କ ବାହାରକୁ ଆସିବା ଆଶା ମଉଳି ଯାଇଛି I ଗତ 7 ତାରିଖରେ କମିଶନରେଟ ପୋଲିସ ଅର୍ଚ୍ଚନାଙ୍କୁ ହନିଟ୍ରାପ, ବଡ ବଡ଼ିଆଙ୍କୁ ବ୍ଲାକମେଲିଙ୍ଗ କରିବା ଏବଂ ହତ୍ୟାଧମକ ଦେବାଭଳି ସଂଗୀନ ଅଭିଯୋଗରେ ଗିରଫ କରିଥିଲା I

ଏବେ ଆସନ୍ତୁ ଜାଣିବା ଜାମିନ ନାମଞ୍ଜୁର ପଛରେ କି କାରଣ ଥାଇପାରେ I

କିଏ କହୁଛି 25 ବିଧାୟକ, ଚାରିଜଣ ମନ୍ତ୍ରୀ ବି ଅର୍ଚ୍ଚନାଙ୍କ ସେକ୍ସ ଫାସରେ ପଡ଼ିଥିଲେ I ବିଜେପିର କେବି, ବିଜେଡିର ସୂର୍ଯ୍ୟଙ୍କ ଭଳି ବୁଢ଼ା ନେତାଙ୍କଠୁଁ ଆରମ୍ଭ କରି ବହୁ ଟୋକା ଟୋକାଳିଆ ନେତାଙ୍କ ନାଁ ଆସୁଛି I ପୋଲିସ, ସାମ୍ବାଦିକ ବି ଅଛନ୍ତି I ତେବେ ଅର୍ଚ୍ଚନା ବାହାରକୁ ଆସି ମୁହଁ ଖୋଲିଦେଲେ ସରକାରଙ୍କ ଅବସ୍ଥା ବିଗିଡ଼ିଯିବାର ସଂଭାବନା ଅଧିକ I ଆଉ ପୋଲିସ ତଦନ୍ତରୁ ଯେଉଁମାନଙ୍କ ନାଁ ମିଳିଛି, ତାର ତାଲିକା ଥାର୍ଡ଼ ଫ୍ଲୋରକୁ ପଠେଇ ଦିଆଯାଇଛି I ଯଦି ଅର୍ଚ୍ଚନା ବାହାରକୁ ଆସନ୍ତି, କାହା କାହା ନାଁ କହିବେ, ତାହା ତାଙ୍କୁ ଜଣା I ବରଂ ଆଉ କିଛିଦିନ ଭିତରେ ରହିଲେ ବାହାରର ଗରମ ଭାଙ୍ଗିଯିବ I

LEAVE A REPLY

Please enter your comment!
Please enter your name here