ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ଲଖିମପୁର ଖେରି ହିଂସାକାଣ୍ଡରେ ଆଠଜଣଙ୍କ ମୃତ୍ୟୁ ଘଟଣାରେ ଉତ୍ତର ପ୍ରଦେଶ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ କେତେଜଣଙ୍କୁ ଗିରଫ କରାଯାଇଛି, କୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି । ନିର୍ଦ୍ଧିଷ୍ଟ ଭାବେ କାହା ବିରୋଧରେ ଏତଲା ରୁଜୁ କରାଯାଇଛି, ସେ ସଂପର୍କରେ ମଧ୍ୟ ଷ୍ଟାଟସ ରିପୋର୍ଟରେ ଉଲ୍ଲେଖ କରିବାକୁ କୁହାଯାଇଛି । ଆସନ୍ତାକାଲି ମାମଲାର ଶୁଣାଣୀ ହେବ ।
ସୂଚନାଯୋଗ୍ୟ, ଗତ ରବିବାର ଦିନ ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଚାଷୀମାନେ ଶାନ୍ତିପୂର୍ବକ ଆନ୍ଦୋଳନ କରୁଥିବା ବେଳେ ସେହି ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତ କାର୍ଯ୍ୟକ୍ରମ ଥିଲା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶୀଷ ମିଶ୍ରଙ୍କ ଏକ୍ସୟୁଭି ଗାଡି ଆନ୍ଦୋଳନରତ ଚାଷୀଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ପାଞ୍ଚଜଣ ଚାଷୀଙ୍କ ସମେତ ଆଠଜଣଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here