ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଉଚ୍ଚଶିକ୍ଷା ଓ ନିଯୁତ୍ତି କ୍ଷେତ୍ରରେ ଦଶ ପ୍ରତିଶତ ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବିଲରେ ମୋହର ମାରିବା ପରେ ଏହା ଆଇନରେ ରୁପାନ୍ତରିତ ହୋଇଛି । ଗତ ମଙ୍ଗଳବାର ଦିନ ଲୋକସଭାରେ ଏବଂ ବୁଧବାର ଦିନ ରାଜ୍ୟସଭାରେ ଏହି ବିଲ୍ ବହୁମତରେ ପାରିତ ହୋଇଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ସମ୍ବିଧାନ ସଂଶୋଧନ କରି ଏନଡିଏ ସରକାର ସଂରକ୍ଷଣ ତାଲିକାରେ ସାଧାରଣ ବର୍ଗଙ୍କ ପାଇଁ ଦଶ ପ୍ରତିଶତ ଯୋଡିବା ମୋଦୀଙ୍କ ବଡ ରାଜନୀତିକ ସଫଳତା ବୋଲି କୁହାଯାଉଛି । ଏପରିକି ରାଜ୍ୟସଭାରେ ଏନଡିଏ ସପକ୍ଷରେ ସଂଖ୍ୟାଗରିଷ୍ଠ ସାଂସଦ ନ ଥିଲେ ମଧ୍ୟ କଂଗ୍ରେସ ସମେତ ଅଧିକାଁଶ ବିରୋଧୀ ସଂରକ୍ଷଣ ବିଲକୁ ସମର୍ଥନ କରିଥିଲେ ।

LEAVE A REPLY

Please enter your comment!
Please enter your name here