ଆଉ ଅନ୍ଧାରରେ ଯାତାୟତ କରିବାକୁ ପଡିବନି । ଆଲୋକମାଳାରେ ଝଟକିବ ବାଇପାସ୍ ରୋଡ । ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟରାସ୍ତା । ଉପକୃତ୍ତ ହେବେ ଏକାମ୍ର, ମଧ୍ୟ ଉତ୍ତର ଓ ଜୟଦେବ ଭୁବନେଶ୍ୱର । ଭୁବନେଶ୍ୱର-ପୁରୀ ବାଇପାସ ।ହାଇଟେକ ଛକ ଠାରୁ ଦୟାନଦୀ ବ୍ରିଜ୍ । ବୁଧବାରଠାରୁ ୧୨ କିଲୋମିଟର ବିସ୍ତ୍ରୃତ ଏହି ରାସ୍ତା ଆଲୋକରେ ଝଲସିବ । ସଂଧ୍ୟା ୫ଟା ସମୟରେ ମୁଖ୍ୟମନ୍ତ୍ରୀ ଏହି ଆଲୋକିକରଣର ଲୋକାର୍ପଣ କରିବେ । ଏଥିରେ ୩୮୭ ଲାଇଟ୍ ଖୁଣ୍ଟ ଥିବାବେଳେ ହାଇଟେକ ଛକ, କେଶୁରା ଛକ , ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ୍ ଲାଗିବାର ବ୍ୟବସ୍ଥା ରହିଛି । ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନ୍ସଫର୍ମର ବ୍ୟବସ୍ଥା କରାଯାଇଛି । ଏହି ବୃହତ୍ତ ଆଲୋକିକରଣ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ କୋଟି ।

LEAVE A REPLY

Please enter your comment!
Please enter your name here