ଆସନ୍ତା 19 ତାରିଖରେ ଓଡିଶା ବନ୍ଦ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ବିଫଳତା ପ୍ରତିବାଦରେ ଏବଂ ରୁଚିକାଙ୍କୁ ନ୍ୟାୟ ଦେବା ଦାବିରେ ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଘ । ନ୍ୟାୟ ଦାବିରେ ଅନଶନରେ ବସିଥିବା ରୁଚିକାଙ୍କ ମାଆ ଚାଷୀ ସଂଗଠନ ନେତା ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ଅନଶନ ଭାଙ୍ଗିବା ସହ ନ୍ୟାୟ ପାଇଁ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାରେ ସାମିଲ ହେବାକୁ ସେ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here