ବନ୍ଧୁତାରୁ ପ୍ରେମ । ପ୍ରେମରୁ ଦୁହେଁ ଦୁହିଁକୁ ସାରା ଜୀବନ ଜୀବନସାଥୀ କରିବାକୁ ନିଷ୍ପତ୍ତିି । ଏ ପ୍ରେମ କେଉଁ ଯୁବକ ଯୁବତୀଙ୍କର ନୁହେଁ ବରଂ ଦୁଇ ଝିଅଙ୍କ କଥା ଆମେ କହୁଛୁ । ଆଉ ଏଇ ଦୁଇ ଝିଅ ପ୍ରଫେସନରେ ହେଉଛନ୍ତି ଡାକ୍ତର । ମହାରାଷ୍ଟ୍ର ନାଗପୁରର ଦୁଇ ଯୁବତୀ ଡାକ୍ତର ପରସ୍ପରକୁ ଜୀବନସାଥୀ କରିବା ପାଇଁ ନିଷ୍ପତ୍ତି ନେବା ପରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରିଙ୍ଗ ସେରମନି କରିଛନ୍ତି । ପରସ୍ପରକୁ ଖୁବ୍ ନିବୀଡ ଭାବେ ଭଲ ପାଉଥିବା ଡାକ୍ତର ପରୋମିତା ମୁଖାର୍ଜୀ ଓ ସୁରଭୀ ମିତ୍ରା ଗୋଆରେ ବିବାହ ଉତ୍ସବ କରିବା ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ।

ପରୋମିତା କହିଛନ୍ତି, ସେମାନଙ୍କ ସମଲିଙ୍ଗୀ ସଂପର୍କ ବିଷୟରେ ସେ 2013ରେ ଘର ଲୋକଙ୍କୁ ଜଣାଇଥିଲେ । ତେବେ ତାଙ୍କ ମୁହଁରୁ ଏକଥା ଶୁଣିବା ପରେ ମା ବ୍ୟଥିତ ହୋଇଥିଲେ । ବାପା ବି ରାଜି ହୋଇ ନ ଥିଲେ । ଏହା ସତ୍ତ୍ବେ ବି ଦୁଇ ସାଙ୍ଗଙ୍କ ଭଲ ପାଇବାରେ ଭଟ୍ଟା ପଡି ନ ଥିଲା । ସେହିପରି ସୁରଭୀଙ୍କ ଘର ଲୋକ ବି ପ୍ରଥମେ ରାଜି ହୋଇ ନ ଥିଲେ ମଧ୍ୟ ପରେ ସମ୍ମତି ଦେଇଥିଲେ । ଦୁଇସାଙ୍ଗଙ୍କ ମଧ୍ୟରେ ଭଲ ପାଇବା ଓ ବୁଝାମଣା ଦେଖିବା ପରେ ଉଭୟ ଯୁବତୀଙ୍କ ପରିବାର ସମଲିଙ୍ଗୀ ବିବାହ ପାଇଁ ସହମତି ଦେଇଛନ୍ତି ।

ଗୋଆରେ ବିବାହୋତ୍ସବକୁ ନେଇ ଉଭୟ ମହିଳା ଡାକ୍ତର ପରୋମିତା ଓ ସୁରଭୀ ଖୁବ୍ ଖୁସି ଅଛନ୍ତି । ଜୀବନ ଥିଲା ଯାଏଁ ସେମାନେ ପରସ୍ପରକୁ ଏମିତି ଭଲପାଇବେ ବୋଲି କହିଛନ୍ତି । ପୂର୍ବରୁ ଏମିତି ଅନେକ ସମଲିଙ୍ଗୀ ବିବାହ ହୋଇଥିଲେ ମଧ୍ୟ ଦୁଇ ମହିଳା ଡାକ୍ତରଙ୍କ ପ୍ରେମ କାହାଣୀ ଏବେ ସୋସିଆଳ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here