ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆଶଙ୍କା ବଢୁଛି । ୟୁକ୍ରେନ ସୀମାଠାରୁ ମାତ୍ର ୨୦ କିମି ଦୂରରେ ରୁଷିଆ ସେନା । ଏକ ସାଟେଲାଇଟ ଦ୍ୱାରା ସଂଗୃହିତ ଇମେଜରୁ ସ୍ପଷ୍ଟ ହୋଇଛି । ରୁଷିଆର ପଶ୍ଚିମ ଓ ଦକ୍ଷିଣ ବେଲାଋଷ ପଟୁ ସେନା ୟୁକ୍ରେନର ନିକଟତର । ଦେଶ ବାହାରେ ସେନାବାହିନୀ ମୁତୟନ ପାଇଁ ରୁଷିଆ ସଂସଦ ଅନୁମତି ପ୍ରଦାନ କରିଛି । ଗତକାଲି ରୁଷ ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଏହି ଅନୁମତି ଦେଇ ସାରିଛି । ବିଶ୍ୱର ପ୍ରମୁଖ ରାଷ୍ଟ୍ରର କଟକଣା ସତ୍ତ୍ୱେ ଋୁଷିଆ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆଗକୁ ବଢୁଛି ।
ଅନ୍ୟପଟେ ୟୁକ୍ରେନକୁ ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେଇଛନ୍ତି । ଯେଉଁମାନେ ୟୁକ୍ରେନରେ କ୍ଷମତାରେ ଅଛନ୍ତି ସେମାନେ ଶତ୍ରୁତା ଛାଡନ୍ତୁ । ରକ୍ତପାତ ହେଲେ ୟୁକ୍ରେନର ଶାସକ ମାନେ ହିଁ ଦାୟୀ ରହିବେ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here