ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଦେଇଛି କରୋନା । ଗତକିଛି ଦିନ ଧରି ୬ ହଜାର ଟ୍ରେଣ୍ଡ ରହିଥିବାବେଳେ ଆଜି ୮ ହଜାର ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୯୩୩, କଟକ-୪୯୬, ଝାରସୁଗୁଡା-୪୩୩, ନବରଙ୍ଗପୁର-୩୮୮, ବଲାଙ୍ଗୀର-୩୫୮, ସମ୍ବଲପୁର- ୩୦୭, ମୟୂରଭଞ୍ଜ-୨୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ବି ଉପରମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁରରୁ ୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁରୀ-୨୫୯, ବରଗଡ-୨୫୭, ନୂଆପଡା-୨୩୩, ଗଞ୍ଜାମ-୨୦୯, ବାଲେଶ୍ୱର-୨୦୨, କେନ୍ଦୁଝର-୧୭୫, ଜଗତସିଂହପୁରରୁ ୧୨୯, କଳହାଣ୍ଡି-୧୨୬, ନୟାଗଡ ଜିଲ୍ଲାରୁ ୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫କୁ ବୃଦ୍ଧି ପାଇଛି ।
ସେହିପରି କରୋନାରେ ଆଜି ୧୦ ଜଣଙ୍କ ଜୀବନ ଯାଇଛି । ପୁରୀ ଓ ରାୟଗଡାରୁ ସର୍ବାଧିକ ୩ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ। ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି

LEAVE A REPLY

Please enter your comment!
Please enter your name here