ଏଥିପାଇଁ ପ୍ରଥମେ cowin.gov.inକୁ ଯାଇ, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଆଉ ଏଥିରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ ଏବଂ ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ । ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିବ । ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ । ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ମଧ୍ୟ ସୂଚନା ଦିଅନ୍ତୁ । ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ, ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ । ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜୀକରଣକରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନରେ କ୍ଲିକ୍ କରନ୍ତୁ ।
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ଅନଲାଇନରେ ଆରମ୍ଭ ହେବ ପଞ୍ଜୀକରଣ । ଅପରାହ୍ନ ୪ଟାରୁ ଟିକା ପଞ୍ଜୀକରଣ ଆରମ୍ଭ ହେବ । ଟିକାକରଣ ପାଇଁ କୋୱିନ ପୋର୍ଟାଲରେ କରିହେବ ପଞ୍ଜୀକରଣ । ଆରୋଗ୍ୟସେତୁ ଏବଂ ଉମଙ୍ଗ ଆପରେ ବି ହୋଇପାରିବ ପଞ୍ଜୀକରଣ । ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ତେବେ ଟିକା ନେବା ପାଇଁ ଏବେ ସ୍ଲଟ ମିଳିବ ନାହିଁ । ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଲଟ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କମ୍ପାନୀଠାରୁ ଟିକା ପହଁଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଏବଂ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଅର୍ଡର ଦେଇସାରିଛି । କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here