ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା ସଙ୍କ୍ରମଣ । ଆଜି ୪୪୪୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୫୭୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୮୭୧ । ସୁନ୍ଦରଗଡରୁ ସର୍ବାଧିକ ୭୨୨ ଓ ଖୋର୍ଦ୍ଧାରୁ ୫୮୭ ସଙ୍କ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡାରୁ ୪୩୭, କଳାହାଣ୍ଡିରୁ ୨୭୩, କଟକରୁ ୨୫୧ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା-୨୩୧,ପୁରୀ-୨୧୯,ସମ୍ବଲପୁର-୨୪୧, ବାଲେଶ୍ୱର-୧୨୩, ଅନୁଗୁଳ-୮୭, ବରଗଡ-୧୭୮, ଭଦ୍ରକ-୪୩, ବଲାଙ୍ଗୀର-୧୬୮, ବୌଦ୍ଧ-୨୧, ଦେଓଗଡ-୩୫, ଢେଙ୍କାନାଳ-୨୦, ଗଞ୍ଜାମ-୬୨, ଜଗତସିଂହପୁର-୩୩, ଯାଜପୁର-୫୮, କନ୍ଧମାଳ-୨୯, କେନ୍ଦ୍ରାପଡା-୩୫, କେନ୍ଦୁଝର-୭୫, କୋରାପୁଟ-୨୧, ମୟୂରଭଞ୍ଜ-୧୦୦, ନବରଙ୍ଗପୁର-୧୨୭, ନୟାଗଡ-୫୦, ରାୟଗଡା-୫୩, ସୋନପୁର-୨୨, ଷ୍ଟେଟପୁଲରୁ ୧୨୫ ନୂଆ ଆକ୍ରାନ୍ତ ଚିହ୍ନଟ ।
ସେହିପରି ଆଜି କରୋନାରେ ୪ ଜଣଙ୍କର ଦେହାନ୍ତ ହୋଇଛି । ସୁନ୍ଦରଗଡରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡା ଓ କେନ୍ଦୁଝରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here