ତିନିଥର କର୍ପୋରେଟର ଜିତି ଦୁଇଥର ମେୟର ହୋଇଥିବା ଅନନ୍ତ ନାରାୟଣ ଜେନା ଏଥର ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଆସି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଅନନ୍ତଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ତାଙ୍କ ପଟୁଆରରେ ରାଜଧାନୀର କିନ୍ନର, ଭିନ୍ନକ୍ଷମ ଓ ବସ୍ତିବାସିନ୍ଦା ସାମିଲ ହୋଇଥିଲେ । ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ କାଟି ଅନନ୍ତ ନାରାୟଣ ଜେନାଙ୍କୁ ଏଥର ବିଜେଡି ଟିକେଟ ଦେଇଛି । ଦଶ ବର୍ଷ ମେୟର କାର୍ୟ୍ୟକାଳ ସମୟରେ ସାଉଁଣ୍ଟିଥିବା ଜନସମ୍ପର୍କ ଓ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ଜିତିବା ପାଇଁ ଅଣ୍ଟା ଭିଡିଛନ୍ତି ଅନନ୍ତ । ଭୁବନେଶ୍ୱର ମଧ୍ୟ ଆସନରେ ବିଜେପିର ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ରାଜୀବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ସେହିପରି ଉତ୍ତର ଭୁବନେଶ୍ୱର ପାଇଁ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଏବଂ କଂଗ୍ରେସ ପ୍ରାର୍ଥୀ ଇତିଶ ପ୍ରଧାନ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here