ବାୟୁରେ ସଙ୍କ୍ରମିତ ହେଉଛି କରୋନା । ଏନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି ବୈଜ୍ଞାନିକ । ଆଗକୁ ଆହୁରି କଲବଲ କରିବ କରୋନା । କରୋନାର ଦ୍ୱିତୀୟ ଲହର ଆଗ ଅପେକ୍ଷା ବେଶି ଭୟାନକ ହେବ । ଏଭଳି କିଛି ଉଦବେଗଜନକ ରିପୋର୍ଟ ପ୍ରକାଶ କରିଛି ମେଡିକାଲ ଜର୍ଣ୍ଣାଲ ଲାନସେଟର । କରୋନାର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଚିନ୍ତା ବଢାଇଦେଇଛି । ଭୟାବହ ହେଉଛି ସ୍ଥିତି । କେଉଁଠି ଶବକୁ ଶ୍ମଶାନ ମିଳୁନି ତ ଆଉ କେଉଁଠି ମେଡିକାଲରେ ଅଭାବ ହେଲାଣି icu । ପ୍ରତିଦିନ ସଙ୍କ୍ରମଣର ତାଲିକା ବଢୁଥିବାବେଳେ ମୃତ୍ୟୁରେ ମଧ୍ୟ ବ୍ରେକ୍ ଲାଗୁନି । ଜଣାପଡିଛି ଯେ, କରୋନା ଭୂତାଣୁ କାୟା ବିସ୍ତାର କରି ବାୟୁରେ ମିଶୁଛି । ବାୟୁରେ ମିଶି ସଙ୍କ୍ରମଣ କରୁଛି । ଏଥିପାଇଁ ବିଭିନ୍ନ ରାଷ୍ଟ୍ରରେ କରୋନା ଦ୍ୱିତୀୟ ଲହର ଭୟାନକ ରୂପ ନେଇଛି । ଆମେରିକା , ବ୍ରିଟେନ ଓ କାନାଡାରେ ବ୍ୟାପକ ପରୀକ୍ଷା ନୀରିକ୍ଷା ଏବଂ ଅଧ୍ୟୟନ ପରେ କରୋନା ବାୟୁ ବାହିତ ବୋଲି ସ୍ପଷ୍ଟ କରିଛି ଲାନସେଟ । ତେଣୁ ଅଧିକ ସର୍ତକତା ଓ ସଜାଗ ସତ୍ତ୍ୱେ ଭାଇରସ ଅତି ଦ୍ରୁତ ଗତିରେ ମାଡି ଚାଲୁଛି ବୋଲି କୁହାଯାଉଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଧ୍ୟ ଏହାକୁ ସ୍ୱିକାର କରିଛନ୍ତି । ଜଣେ ସଙ୍କ୍ରମିତ ବ୍ୟକ୍ତିଠାରୁ ଅତି କମରେ ୫୩ ଜଣ ସଙ୍କ୍ରମିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here